ଚୀନ ସେନାକୁ ସଜାଗ ରହିବାକୁ ଆହ୍ୱାନ ଦେଲେ ଜିନ୍‌ପିଙ୍ଗ

ନୂଆଦିଲ୍ଳୀ : ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଚୀନ ସୈନ୍ୟ ଠୁଳକରି ବିଭିନ୍ନ ସମୟରେ ଅଶାନ୍ତି ସୃଷ୍ଟି କରୁଛି। କିନ୍ତୁ ଭାରତୀୟ ସେନାର କଡ଼ା ମୁକାବିଲାରେ ଚୀନ ପ୍ରତିଶୋଧ ପରାୟଣ ହୋଇଥିବା ବେଳେ ଯୁଦ୍ଧ ପାଇଁ ସଜାଗ ରହିବାକୁ ସେନାକୁ ନିର୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ।

ମଙ୍ଗଳବାର ଗ୍ୱାଙ୍ଗଡଙ୍ଗର ସେନା ବେସ୍‌ ଭ୍ରମଣରେ ଯାଇଥିବା ଅବସରରେ ଜିନପିଙ୍ଗ ସେନାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ସହିତ ନିଜର ସମସ୍ତ ଶକ୍ତି ଖଟାଇବା ପାଇଁ ଆହ୍ଵାନ ଦେଇଛନ୍ତି। ପିପୁଲ୍ସ ଲିବରେସନ୍ ଆର୍ମୀ (ପିଏଲଏ)ର ମେରାଇନ୍‌ ଫୋର୍ସଙ୍କୁ ସମ୍ବୋଧନ କରି ଜିନପିଙ୍ଗ ଦେଶ ପାଇଁ ବିସ୍ଵସ୍ତ ହେବା ସହ ବିଶ୍ଵସନୀୟ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି। ହାଇ ଆଲର୍ଟରେ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ। ପରିବର୍ତ୍ତନ କ୍ଷେତ୍ରରେ ନିର୍ମାଣକୁ ଜୋରଦେଇ ଲଢ଼ୁଆ ବିମାନ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ଵ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ଜିନପିଙ୍ଗ ଏହି ଆହ୍ଵାନ ଯୁଦ୍ଧକୁ ଇଙ୍ଗିତ କରୁଛି। ହେଲେ ଭାରତ, ଆମେରିକା କିମ୍ବା ଅନ୍ୟ କେଉଁ ଦେଶକୁ ଲକ୍ଷ୍ୟକରି ସେ ଏହା କହିଛନ୍ତି ତାହା ସ୍ପଷ୍ଟ ହୋଇନି।

ମତାମତ ଦିଅନ୍ତୁ ।