ଚୀନ ସୀମାରେ ଭାରତର ଏୟାର ଡିଫେନ୍ସ ମିସାଇଲ ମୁତୟନ

ନୂଆଦିଲ୍ଲୀ : ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ତୁଟୁନି। ଏହାର ସମାଧାନ ପାଇଁ ବହୁବାର ଆଲୋଚନା ହୋଇଥିଲେ ହେଁ କୌଣସି ସୁଫଳ ମିଳୁନି। କିନ୍ତୁ ଚୀନ ସୀମାରେ ତା’ର କାର୍ଯ୍ୟକଳାପ ବୃଦ୍ଧି କରିଚାଲିଛି। ଏହାର ମୁକାବିଲା ପାଇଁ ଆଜି ଭାରତ ପକ୍ଷରୁ ଚୀନ ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ କରାଯାଇଛି। ଏଥିସହ ସେମାନଙ୍କୁ କାନ୍ଧ ଉପରେ ରଖି ଶତ୍ରୁପକ୍ଷକୁ ଜବାବ ଦେଇ ପାରୁଥିବା ଏୟାର ଡିଫେନ୍ସ ମିସାଇଲ ଯୋଗାଇ ଦିଆଯାଇଛି।

ଇଷ୍ଟର୍ଣ୍ଣ ଲଦାଖ ସୀମାରେ ଚୀନର ଏକାଧିକ ହେଲିକପ୍ଟ ଉଡ଼ୁଥିବା ଦେଖିବାକୁ ମିଳିବା ପରେ ଭାରତୀୟ ସେନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂତ୍ର ଅନୁସାରେ ଚୀନ ସେନା ବାରମ୍ବାର ହେଲିକପ୍ଟର ଦ୍ୱାରା ଭାରତୀୟ ଆକାଶ ସୀମାକୁ ଉଲ୍ଲଙ୍ଘନ କରିବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ରୁଷ ନିର୍ମିତ ଏୟାର ଡିଫେନ୍ସ ମିସାଇଲ ଓ ଯବାନମାନଙ୍କୁ ନିୟୋଜିତ କରାଯାଇଛି। ସୀମା ଉଲ୍ଲଙ୍ଘନ କଲେ ଶତ୍ରୁ ପକ୍ଷର ହେଲିକପ୍ଟରକୁ ଏହି ମିସାଇଲ ଉଡ଼ାଇବାକୁ ସକ୍ଷମ। ଏହି ମିସାଇଲକୁ ଉଭୟ ସ୍ଥଳ ଓ ବାୟୁ ସେନା ବ୍ୟବହାର କରୁଛନ୍ତି।

ମତାମତ ଦିଅନ୍ତୁ ।