ଚୀନ୍‌ ସୀମାରେ ନିଖୋଜ ୫ ଯୁବକ ଫେରିଲେ

ନୂଆଦିଲ୍ଲୀ : ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ଜଣ ଯୁବକ ଚୀନ ସୀମାରେ ନିଖୋଜ ହୋଇଥିଲେ। ଆଜି ସକାଳେ ସେମାନେ ସ୍ୱଦେଶକୁ ଫେରିଛନ୍ତି। ଚୀନର ପିପୁଲନ୍ସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି । ଅରୁଣାଚଳ ପ୍ରଦେଶର ଏହି ୫ ଜଣ ଯୁବକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ। ଅପହୃତ ସମ୍ପର୍କୀୟଙ୍କ ସୂଚନା ଆଧାରରେ ସ୍ଥାନୀୟ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲା।

ମତାମତ ଦିଅନ୍ତୁ ।