ଚୀନ୍ ତିଆରି କରୁଛି ଉପଗ୍ରହ ବିଧ୍ୱଂସୀ ଅସ୍ତ୍ର

ବେଙ୍ଗାଲୁରୁ : ଚୀନ୍‌ ଶତ୍ର ରାଷ୍ଟ୍ରର ଉପଗ୍ରହକୁ ନଷ୍ଟ କରିବା ପାଇଁ ଅତି ଗୋପନୀୟ ଭାବେ ବିଭିନ୍ନ ଅସ୍ତ୍ରଶସ୍ତ୍ର ବିକଶିତ କରୁଛି। ଯୁଦ୍ଧ ସମୟରେ ଶତ୍ରୁ ରାଷ୍ଟ୍ର ଯେପରି ମହାକାଶୀୟ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିନପାରିବ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆମେରିକା କଂଗ୍ରେସକୁ ପ୍ରତିରକ୍ଷା ବିଭାଗ ଦେଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ପ୍ରାୟ ୨୦୦ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ ଦର୍ଶାଯାଇଛି ଚୀନ୍‌ ମହାକାଶରେ ରୋବୋଟ ସ୍ଥାପନ କରିବା ସହିତ ଶତ୍ରୁ ରାଷ୍ଟ୍ରର ଉପଗ୍ରହକୁ ନଷ୍ଟ କରିବା ପାଇଁ ମିସାଇଲ ଓ ଲେଜର ଅସ୍ତ୍ର ଆଦିର ବିକାଶ କରୁଛି। ଚୀନ୍‌ ମହାକାଶୀୟ ପ୍ରଯୁକ୍ତି ବିଦ୍ୟା ଆଧାରିତ ଗୁଇନ୍ଦା ପ୍ରଣାଳୀ ବିକଶିତ କରୁଛି। ଯାହା ମାଧ୍ୟମରେ ଅନ୍ୟ ଦେଶମାନଙ୍କ ଉପଗ୍ରହ ଉପରେ ନଜର ରଖିବ। ଆବଶ୍ୟକ ସ୍ଥଳେ ଉପଗ୍ରହ ଗୁଡିକ ଉପରେ ଆକ୍ରମଣ କରିବ। ଏହାଛଡା ସାଟେଲାଇଟ ଜାମର, ଡାଇରେକ୍ଟ ଏନର୍ଜି ୱିପନ ବ୍ୟବହାର ଓ ସାଇବର ଆକ୍ରମଣ ଦ୍ଵାରା ଅନ୍ୟ ଦେଶର ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ରୋକିବାକୁ ଯୋଜନା କରିଛି।

ମତାମତ ଦିଅନ୍ତୁ ।