ଚୀନକୁ ଏସ-୪୦୦ ମିସାଇଲ୍‌ ସିଷ୍ଟମ ଯୋଗାଣ ଡିଲ୍‌ ବାତିଲ କଲା ରୁଷ

ନୂଆଦିଲ୍ଲୀ : କରୋନା ଭାଇରସ୍‌କୁ ନେଇ ସମଗ୍ର ବିଶ୍ଵରେ ଚୀନ ବିବାଦୀୟ ହୋଇପଡିଛି। ଚୀନ ସହିତ ଗୋଟିଏ ଦେଶ ବ୍ୟସାୟିକ ସମ୍ପର୍କ ତୁଟାଇବା ଆରମ୍ଭ କରିଛନ୍ତି। ଚୀନକୁ ଏବେ ରୁଷ ଜୋରଦାର ଝଟକା ଦେଇଥିବା ବେଳେ ଏସ-୪୦୦ ମିସାଇଲ୍‌ ସିଷ୍ଟମ ଯୋଗାଣ ଡିଲ୍‌ ବାତିଲ କରିଛି।

ନ୍ୟୁଜ୍ ଏଜେନ୍ସି ତଥ୍ୟ ଅନୁଯାୟୀ ରୁଷ ଏସ-୪୦୦ ମିସାଇଲ ସିଷ୍ଟମ ଚୀନକୁ ଦେବା ଉପରେ ରୋକ୍‌ ଲଗାଇଛି। କିନ୍ତୁ ଚୀନ ପକ୍ଷରୁ ପ୍ରତିକ୍ରିୟା ଦେଇ ଖବରକାଗଜ ସୋହୋ କହିଛି ରୁଷକୁ ଏହି ପଦକ୍ଷେପ ବିବଶ ହୋଇ ନେବାକୁ ପଡିଛି। କାରଣ ସେ ଚାହୁଁ ନାହିଁ କରୋନା ଭୂତାଣୁ ସଂକ୍ରମଣ ମୁକାବିଲାରେ ଲାଗିଥିବା ଚୀନ କମ୍ୟୁନିଷ୍ଟ ପାର୍ଟିର ଧ୍ୟାନ ଭଙ୍ଗ ହେଉ। ଆହୁରି କୁହାଯାଇଛି ଏହି ପ୍ରକ୍ରିୟା ଜଟିଳ ଥିଲା। ବେଜିଂ ବହୁ ସଂଖ୍ୟକ ପ୍ରଯୁକ୍ତିବିଦ୍ୟା କର୍ମଚାରୀଙ୍କୁ ରୁଷକୁ ପଠାଇଥାନ୍ତା। କରୋନା ସମୟରେ ଯାହା ସମ୍ଭବ ନୁହେଁ। ତେଣୁ ରୁଷ ଡିଲ୍‌ ବାତିଲ୍ କରିବାକୁ ବାଧ୍ୟ ହୋଇଛି।

ମତାମତ ଦିଅନ୍ତୁ ।