ଚୀନର ୯୦ ନ୍ୟୁକ୍ଲିୟର ବୈଜ୍ଞାନିକଙ୍କ ଇସ୍ତଫା

ବେଜିଂ : ଚାଇନିଜ୍‌ ଏକାଡେମୀ ଅଫ ସାଇନ୍ସ ଅଧୀନରେ କାମ କରୁଥିବା ଚୀନର ୯୦ରୁ ଅଧିକ ନ୍ୟୁକ୍ଲିୟର ବା ଆଣବିକ ସିକ୍ୟୁରିଟି ବୈଜ୍ଞାନିକ ଇସ୍ତଫା ଦେଇଛନ୍ତି। ଏହାକୁ ଚୀନ ସରକାର ଗୁରୁତର ସହ ନେଇଥିବା ବେଳେ ଘଟଣାର ତଦନ୍ତ ପାଇଁ ଚୀନ କ୍ୟାବିନେଟ ଏକ ଟିମ ଗଠନ କରିଛନ୍ତି। ଏହି ଟିମ୍‌ ଅନ୍ୟ ସରକାରୀ ତଦନ୍ତକାରୀ ସଂସ୍ଥାଙ୍କ ସହ ମିଶି ଘଟଣାର ଯାଞ୍ଚ କରିବ। ତଦନ୍ତକାରୀ ଟିମ୍‌ରେ କାଉନସିଲ ଜେନେରାଲ ଅଫିସ, ସାଇନ୍ସ ଓ ଟେକ୍ନୋଲଜି ବିଭାଗ, ସିଏଏସ୍‌ ଓ ଅନ୍ୟ ବିଭାଗର ସଦସ୍ୟମାନେ ରହିଛନ୍ତି। ଏହି ଟିମ୍‌ ଅନହୁ ପ୍ରଦେଶରେ ଥିବା ହେଫେଇ ଯାଇ ଇସ୍ତଫାର କାରଣ ସମ୍ପର୍କରେ ଅନୁଧ୍ୟାନ କରିବ। କୁହାଯାଉଛି ପ୍ରଶାସନର ଅଯଥା ହସ୍ତକ୍ଷେପ, କର୍ମଚାରୀଙ୍କ କିଣାବିକା ଓ ଉପଯୁକ୍ତ ଆର୍ଥିକ ସହାୟତା ନ ମିଳିବାରୁ ବୈଜ୍ଞାନିକମାନେ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି।

ମତାମତ ଦିଅନ୍ତୁ ।