ଚୀନର ଅଭିଯୋଗକୁ ଖଣ୍ଡନ: ଭାରତୀୟ ସେନା ଏଲ୍‌ଏସି ଅତିିକ୍ରମ କରିନି-ଭାରତ

ନୂଆଦିଲ୍ଲୀ : ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ବା ଏଲ୍‌ଏସିକୁ ଭାରତୀୟ ସେନା ଅତିକ୍ରମ‌ କରି ଗୁଳି ଚଳାଇଛି। ଚୀନର ଏହି ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ମଙ୍ଗଳବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁୁହାଯାଇଛି ସୀମାରେ ଚୀନ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛି। ଭାରତୀୟ ସେନା ଆଦୌ ସୀମା ଅତିିକ୍ରମ କରିନାହିଁ, ଗୁଳି ଚଳାଇନି କିମ୍ବା ‌କୌଣସି ପ୍ରକାରର ଉତ୍ତେଜନାମୂଳକ ଆଚରଣ ପ୍ରଦର୍ଶନ କରିନି।

ବିବୃତ୍ତିରେ ଆହୁରି କୁହାଯାଇଛି ଚୀନ ସାମରିକ, କୂଟନୈତିକ ଓ ରାଜନୈତିକ ସ୍ତରରେ ସକ୍ରିୟ ରହି ଚୁକ୍ତି ଉଲ୍ଲଂଘନ କରିବା ସହ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଛି। ଗତକାଲି ରାତିରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଏଲ୍‌ଏସି ଠାରେ ଭାରତ ନୁହେଁ ବରଂ ଚୀନ ସେନାର ଯବାନମାନେ କିଛି ରାଉଣ୍ଡ ଗୁଳି ଚଳାଇଥିଲେ। ଏହାଛଡା ଭାରତର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ବିବୃତ୍ତିରେ କହିଛନ୍ତି ଭାରତୀୟ ସେନା ଶାନ୍ତି ଓ ଶାନ୍ତି ହାସଲ କରିବାକୁ ପ୍ରତିଶ୍ରୁତିବଦ୍ଧ। କୌଣସି ମୂଲ୍ୟରେ ଭାରତ ତା’ର ଅଖଣ୍ଡତା ସାର୍ବଭୌମତ୍ଵକୁ ରକ୍ଷା କରିବ।

ମତାମତ ଦିଅନ୍ତୁ ।