ଚୀନର ଉପଗ୍ରହ ଲଞ୍ଚିଂ ବିଫଳ

ବେଜିଂ : ଅନ୍ତରୀକ୍ଷରେ ସୁପର ପାଓ୍ଵାର ହେବାକୁ ଚୀନ ଉଦ୍ୟମ କରୁଛି। ସେଥିପାଇଁ ତରବରିଆ ଭାବେ ଉତକ୍ଷେପଣ କରୁଛି। ମିସାଇଲ ଓ ସାଟେଲାଇଟ୍‌। ଏହି କ୍ରମରେ ଚୀନ ଉତକ୍ଷେପଣ କରିଥିବା ଏକ ସାଟେଲାଇଟ୍‌ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବିଫଳ ହୋଇଛି।

ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଖବର ଅନୁଯାୟୀ ଅପ୍ଟିକାଲ ରିମୋଟ୍ ସେସିଙ୍ଗ ସାଟେଲାଇଟ୍‌ ଜିଲିନ-ଏକ ଗୋଫେନ ୦୨-ସି ପୂର୍ବ ନିର୍ଦ୍ଧାରିତ ସମୟରେ କକ୍ଷରେ ପହଞ୍ଚିବାରେ ବିଫଳ ହୋଇଛି। ଏହାକୁ ଗୋବି ମରୁଭୂମିରେ ନିର୍ମିତ ଜିଉକ୍ଵାନ ଉପଗ୍ରହ ଉତକ୍ଷେପଣ କେନ୍ଦ୍ରରୁ ସ୍ଥାନୀୟ ସମୟ ଅନୁସାରେ ୧ଟା ୨ ମିନିଟ୍‌ରେ ପ୍ରକ୍ଷେପଣ କରାଯାଇଥିଲା। କିନ୍ତୁ ଏହି ସାଟେଲାଇଟ୍‌ ଉତକ୍ଷେପଣ ହେବା ମାତ୍ରେ ଏହାର ଗତିବିଧି ଅସ୍ଵାଭାବିକ ଥିଲା। ଆଉ ମିଶନ ବିଫଳ ହୋଇଥିଲା। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଉପଗ୍ରହ ମହାକାଶରେ ନିଖୋଜ ହେବା ସହ କ୍ରାଶ ହୋଇ ଯାଇଛି।

ମତାମତ ଦିଅନ୍ତୁ ।