ସୀମାରେ କମୁଛି ଉତେଜନା: ଫିଙ୍ଗର-୪ରୁ ହଟିଲେ ଚୀନ ସେନା

ଲେହ: ପୂର୍ବ ଲଦାଖରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଲାଗି ରହିଥିବା ଉତେଜନା ଲଗାତାର କମ୍ ହେବାର ଲାଗିଛି । ଦୁଇ ଦେଶର ଉଚ୍ଚଅଧିକାରୀଙ୍କ କଥାବାର୍ତା ପରେ ସୈନ୍ୟମାନେ ପଛକୁ ହଟିବାରେ ଲାଗିଛନ୍ତି । ଆଜି ଚୀନ ସେନା ପେଙ୍ଗଙ୍ଗ ସୋର ଫିଙ୍ଗର-୪ରୁ ପଛକୁ ହଟିଯାଇଥିବା ଜଣାପଡ଼ିଛି । ଫିଙ୍ଗର-୪ରୁ ଚୀନ ସେନା ନିଜର ଟେଣ୍ଡ, ଗାଡ଼ି, ବୁଲଡୋଜର ପ୍ରଭୃତି ହଟାଇ ନେଇଛି । ଏହା ପୂର୍ବରୁ ଦୁଇ ଦେଶର ସେନା ହଟ୍ ସ୍ପ୍ରିଙ୍ଗ ଅଂଚଳରୁ ପାଖାପାଖି ୨ କିଲୋମିଟର ପଛକୁ ହଟିଯାଇଥିଲେ । ଆଗମୀ ଦିନରେ ସ୍ଥିତିକୁ ଆହୁରି ଭଲ କରିବା ପାଇଁ ଦୁଇ ପକ୍ଷ ମଧ୍ୟରେ କଥାବାର୍ତା ଜାରି ରହିଛି ।

ମତାମତ ଦିଅନ୍ତୁ ।