ଚିଙ୍ଗୁଡ଼ି କରୋନା ଭାଇରସ୍ ବାହକ : ଚୀନ

ନୂଆଦିଲ୍ଲୀ : ଚିଙ୍ଗୁଡ଼ି ନମୁନାରୁ ବାହାରିଛି କରୋନା ପଜିଟିଭ୍। ଆମଦାନି ହେଉଥିବା କେତେକ ଚିଙ୍ଗୁଡ଼ି ନମୁନା ପରୀକ୍ଷାରୁ ଏହା ଜଣାପଡିଥିବା ଚୀନ କହିଛି।

ଚୀନ୍‌ର କଷ୍ଟମ୍ ବିଭାଗର ସାଧାରଣ ପ୍ରଶାସନ କହିଛି ତିନୋଟି ଇକ୍ବାଡୋରୀୟ ଫ୍ରୋଜେନ୍‌ ପ୍ଲାଣ୍ଟ୍‌ରୁ ନମୁନା ଗୁଡ଼ିକ ନିଆଯାଇଥିଲା। ଦେଖାଗଲା ଚିଙ୍ଗୁଡ଼ି ପ୍ୟାକେଜିଙ୍ଗ୍‌ର ଭିତର ଓ ବାହାର ନମୁନାରୁ କରୋନା ପଜିଟିଭ୍‌ ବାହାରିଛି। ସେଥିପାଇଁ ପ୍ରକ୍ରିୟାକାରୀମାନଙ୍କ ଠାରୁ ଆମଦାନି ବନ୍ଦ କରାଯିବ ବୋଲି ଚୀନ କହିଥିବା ବେଳେ ଚିଙ୍ଗୁଡ଼ି ରପ୍ତାନିକାରୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। କଷ୍ଟମ୍ ବିଭାଗରେ ଥିବା ଖାଦ୍ୟ ଆମଦାନି ଓ ରପ୍ତାନି ବ୍ୟୁରୋର ନିର୍ଦ୍ଦେଶକ ବାଇ କେକ୍ସିନ୍ କହିଛନ୍ତି ପରୀକ୍ଷା ଫଳର ଅର୍ଥ ନୁହେଁ ଭୂତାଣୁ ଚିଙ୍ଗୁଡ଼ିରେ ସଂକ୍ରମଣ ହେଉଛି। ଏହା କମ୍ପାନିର ଖାଦ୍ୟ ନିରାପତ୍ତା ନିୟମରେ ହେଉଥିବା ଅନିୟମିତତାର ପ୍ରତିଫଳନ ମାତ୍ର। ତେଣୁ ଆମଦାନି କୋଲ୍‌ଡ୍ ଚେନ୍ ଖାଦ୍ୟର ଉତ୍ପତ୍ତି ସ୍ଥାନରେ କଷ୍ଟମ୍ ନିଜର ନିୟନ୍ତ୍ରଣ ଆହୁରି ମଜଭୁତ କରିବ।

ମତାମତ ଦିଅନ୍ତୁ ।