ଚିତାବାଘ ଛାଲ ଓ ହାତୀ ଦାନ୍ତ ଜବତ, ୨ଗିରଫ

0

ନୟାଗଡ଼ : ଗଣିଆ-ଚାମୁଣ୍ଡିଆ ରୋଡରେ ଏସଟିଏଫ ଚଢ଼ଉ କରି ଚିତାବାଘ ଛାଲ ଓ ହାତୀ ଦାନ୍ତ ଜବତ କରିଛି। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ଗଣିଆରେ ଥିବା ମା’ କଳପାଟ ଠାକୁରାଣୀଙ୍କ ମନ୍ଦିର ନିକଟରେ ଅଭିଯୁକ୍ତମାନେ କାରବାର ଚଳାଇଥିଲେ। ଏହି ସମୟରେ ଏସଟିଏଫ ଚଢ଼ଉ କରି ଚିତାବାଘ ଛାଲ, ହାତୀ ଦାନ୍ତ ଓ ଶିକାର ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଣିଆ ଥାନା ବେଠିଆ ସାହିର ବିମ୍ବାଧର ତରାଇ ଓ କଟକ ଜିଲ୍ଲା ନରସିଂହପୁର ଥାନା ଚକରଗଡ଼ାର ରମେଶ ପ୍ରତିହାରୀ। ପୂର୍ବରୁ ରଣପୁର, ଦଶପଲ୍ଲା ଅଞ୍ଚଳରୁ ବାଘ ଛାଲ ବେପାରୀ ଗିରଫ ହୋଇଥିବା ବେଳେ, ଏଥର ଗଣିଆ ବ୍ଲକରୁ ଏଭଳି କାରବାର ଧରାପଡ଼ିଛି।

Leave A Reply

Your email address will not be published.