ଚମ୍ପୁଆ : ମା-ଝିଅଙ୍କୁ ଗଳାକାଟି ହତ୍ୟା

ବଡ଼ବିଲ : କେନ୍ଦୁଝର ଜିଲ୍ଲା ଚମ୍ପୁଆର ଧଳାଡ଼ିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ବେଳେ ମା ଓ ଝିଅକୁ କେହି ଗଳାକାଟି ହତ୍ୟା କରିଛି। ମୃତକ ହେଲେ ସରସ୍ୱତୀ ମୁଣ୍ଡା ଓ ୭ବର୍ଷର ଝିଅ ଲକ୍ଷ୍ମୀ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ଗତ ରାତିରେ କେହି ଦୃବୃର୍ତ୍ତ ସରସ୍ଵତୀ ଓ ଲକ୍ଷ୍ମୀଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛି। ଶୋଇଥିବା ଅବସ୍ଥାରେ ସେମାନଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। କିନ୍ତୁ ବର୍ତ୍ତି ଯାଇଛିଛନ୍ତି ୫ ବର୍ଷର ପୁଅ। ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଜମିଜମା ବିବାଦକୁ କେନ୍ଦ୍ରକରି ରାମ ମୁଣ୍ଡା ନିଜ ଭାଇ ନଟ ମୁଣ୍ଡାଙ୍କୁ ହତ୍ୟା ଉଦ୍ୟମ କରି ଅଢେଇ ବର୍ଷ ହେବ ଜେଲରେ ଅଛନ୍ତି। ତେଣୁ ହତ୍ୟାକାଣ୍ଡ ପଛରେ ନଟ ମୁଣ୍ଡାର ସମ୍ପୃକ୍ତି ଥାଇପାରେ ବୋଲି ସନ୍ଧେହ କରାଯାଉଛି।

ମତାମତ ଦିଅନ୍ତୁ ।