Breaking Newsଅପରାଧ

ଚୋରା ଖଣିଜ ବୋଝେଇ ୩ ଗାଡି ଜବତ, ୬ ଗିରଫ

ବଡ଼ବିଲ : ଚୋରା ଖଣିଜ କାରବାର। ଏହି ଘଟଣାରେ ବଡ଼ବିଲ ଥାନା ପୋଲିସ ୩ଟି ହାଇୱାକୁ ଜବତ କରିଥିବା ବେଳେ ୨ ଡ୍ରାଇଭର ଓ ୪ ଖଣି ମାଫିଆଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଡୁମୂର୍ତ୍ତା ଗ୍ରାମର କ୍ଷୀରୋଦ ବିରୁଲି, ରାଜେନ ମୁଣ୍ଡା, ପଶ୍ଚିମବଙ୍ଗ ବର୍ଦ୍ଧନ ଥାନା ଅଞ୍ଚଳର ମଣ୍ଟୁ କୁମାର ଓଝା, ରାଜା ସିଂ, ଚନ୍ଦନ କୁମାର ଦାସ ଓ କୁଲଟି ଥାନା ଅଞ୍ଚଳର ସୋହେଲ ଖାନ।

ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଏକାଧିକ ବନ୍ଦ ଖଣିରୁ ଖଣିଜ ଚୋରି ହେଉଥିବା ବଡ଼ବିଲ ପୋଲିସ ପାଖରେ ଖବର ଥିଲା। ସେଥିପାଇଁ ବନ୍ଦ ଖଣି ଓ ଚୋରା ଚାଲାଣ କରାଯାଉଥିବା ରାସ୍ତା ଉପରେ ନଜର ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଚୋରା ଚାଲାଣ ନେଇ ସୂଚନା ମିଳିବା ପରେ ପୋଲିସ ଚଢଉ କରି ଦୁଇଟି ଲୁହାପଥର ଓ ଗୋଟିଏ ମାଙ୍ଗନିଜ ବୋଝେଇ ହାଇୱା ଗାଡିକୁ ଜବତ କରିଛି। ଜବତ ଖଣିଜ ମଧ୍ୟରେ ୭୦ ମେଟ୍ରିକ ଟନ ଲୁହ ପଥର ଓ ୨୫ ମେଟ୍ରିକ ଟନ ମାଙ୍ଗନିଜ ରହିଛି। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୫ ଲକ୍ଷ ବୋଲି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button