ଚୋରା ଲୁହା ପଥର ଚାଲାଣ : ୫ ଗିରଫ, ୨ ଡମ୍ଫର ଜବତ

ଗୋରୁମହିଷାଣୀ : ବେଆଇନ ଚାଲାଣ କରୁଥିବା ଦୁଇଟି ଲୁହାପଥର ବୋଝେଇ ଡମ୍ଫରକୁ ବହଳଦା ପୋଲିସ ଜବତ କରିଛି। ଏହି ଘଟଣାରେ ୫ ଜଣ ପଥର ମାଫିଆଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଲୁହପଥର ଖଣି ଆଖପାଖ ଅଞ୍ଚଳରୁ ବେଆଇନ ଖନନ କରି ମାଫିଆ ଗୋଷ୍ଠୀ ଝାଡଖଣ୍ଡକୁ ଲୁହ ପଥର ଚାଲାଣ କରୁଥିବା ଅଭିଯୋଗ ହେଉଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୋଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଥିଲା। ମଙ୍ଗଳବାର ଲୁହାପଥର ଚାଲାଣ ହେଉଥିବା ଖବର ପାଇ ପୁର୍ବ ପ୍ରସ୍ତୁତ ଥିବା ପୋଲିସ ଟିମ ଚଢ଼ଉ କରିଥିଲେ। ଦୁଇଟି ଲୁହାପଥର ବୋଝେଇ ଡ଼ମ୍ଫର ଜବତ କରିବା ସହିତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ତେବେ ଅନ୍ଧାରର ସୁଯୋଗ ନେଇ ମୁଖ୍ୟ ଚାଲାଣକାରୀ ଦୁଇରୁ ତିନିଜଣ ଖସି ଯାଇଛନ୍ତି। ବହଳଦା ପୋଲିସ ଏ ନେଇ ମାମଲା ରୁଜ୍ଜୁ କରି ଏହି କାରବାରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।