ଚୋରି ଅଭିଯୋଗରେ ନାବାଳକକୁ ପିଟି ମାରିଦେଲେ

ବାରିପଦା : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗ୍ରାମରେ ନାବାଳକକୁ ହତ୍ୟା। ମାତ୍ର ୫ ଶହ ଟଙ୍କା ଚୋରି ପାଇଁ ଏହି ଶାସ୍ତି ମିଳିଛି। ଖବର ଅନୁଯାୟୀ ଏକ ଚୋରି ଅଭିଯୋଗରେ ଜଣେ ନାବାଳକକୁ ପଡୋଶୀ ମହିଳା ଓ କେତେଜଣ ଗ୍ରାମବାସୀ ପ୍ରବଳ ମାଡ ମାରିଥିଲେ। ଏଥିରେ ନାବାଳକର ମୃତ୍ୟୁ ଘଟିଛି। ତେବେ ମହିଳା ଜଣଙ୍କ ମାଡ଼ ମାରିଥିବା ସ୍ଵୀକାର କରିଥିଲେ ହେଁ ମୃତ୍ୟୁ କିପରି ହେଲେ ଜାଣିନାହାନ୍ତି ବୋଲି କହିଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳକକୁ ହତ୍ୟା କରାଯାଇଥିବା କରଞ୍ଜିଆ ପୋଲିସ୍‌ ସନ୍ଦେହ କରୁଥିବାରୁ ସାଇଣ୍ଟିଫିକ୍ ଟିମ୍ ଡାକିଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।