ଚୋରୀ ସୁନା କିଣୁଥିବା ଦୋକାନୀକୁ ଧରିଲା ଲଷ୍ମୀସାଗର ପୋଲିସ

ଭୁବନେଶ୍ୱର : ଚୋରୀ ସୁନା କିଣିବା ଅଭିଯୋଗରେ ଲଷ୍ମୀସାଗର ଥାନା ପୋଲିସ ଜଣେ ସୁନା ଦୋକାନୀକୁ ଧରି ଅଟକ ରଖିଛି। ଏହି ଦୋକାନୀ ଜଣଙ୍କ ହେଲେ ଭୁବନେଶ୍ୱର ବାଳକାଟି ଚାରି ମାଣିଆ ଗ୍ରାମର ସୁଶାନ୍ତ ଦେଠୀ।
ଖବର ଅନୁଯାୟୀ ବାଳକାଟି ବଜାରରେ ସୁଶାନ୍ତଙ୍କର ଓମ୍ ଜୁଏଲାରୀ ନାମରେ ଏକ ସୁନା ଦୋକାନ ରହିଛି। ବିଭିନ୍ନ ସମୟରେ ସେ ଚୋରୀ ସୁନା କିଣିଥିବା ଲକ୍ଷ୍ମୀ ସାଗର ପୋଲିସକୁ ସୂଚନା ମିଳିଥିଲା। ତେବେ ଗତ ସନ୍ଧ୍ୟାରେ ପୋଲିସ୍ ସୁଶାନ୍ତଙ୍କ ସୁନା ଦୋକାନ ଉପରେ ଚଢଉ କରି ଏକ କିଲୋଗ୍ରାମ୍ ସୁନା ଜବତ କରିଛି। ଏତେ ପରିମାଣର ସୁନା କୋଉଠୁ ଆଣିଛନ୍ତି ତାହାର କାଗଜପତ୍ର ସୁଶାନ୍ତ ପୋଲିସକୁ ଦେଖାଇପାରି ନଥିବା ବେଳେ ସଠିକ ସେ ଉତ୍ତର ମଧ୍ୟ ଦେଇନଥିବା ସୂଚନା ମିଳିଛି।