ଛୋଟ ଡ୍ରେସ୍‌ ପିନ୍ଧି ମନ୍ଦିର ପ୍ରବେଶ ମନା

0

ନୂଆଦିଲ୍ଲୀ : ଗୁଜୁରାଟର ଶ୍ୟାମଲାଜୀ ମନ୍ଦିରକୁ ଛୋଟ ପୋଷାକ ପିନ୍ଧି ପ୍ରବେଶକୁ ବାରଣ କରଯାଇଥିଲା। ଏବେ ଅମ୍ବାଜୀ ଶକ୍ତିପୀଠକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତି ସମ୍ପର୍କରେ ବୋର୍ଡ ଲଗାଯାଇ ସୂଚନା ଦିଆଯାଇଛି।

ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେଉଁ ପୋଷାକ ମନ୍ଦିରର ଗରିମା ବଢ଼ାଇବ ସେଭଳି ପୋଷାକ ପିନ୍ଧି ଆସିବା ଆବଶ୍ୟକ। ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ସମ୍ପର୍କରେ ବୋର୍ଡ ଲଗାଯାଇ ଏ ସମ୍ପର୍କରେ ସୁଚାଇ ଦିଆଯାଇଥିବା ବେଳେ ଛୋଟ ପୋଷାକ ପିନ୍ଧି ମନ୍ଦିର ନଆସିବାକୁ ବୋର୍ଡ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ଏହି ନିଷ୍ପତ୍ତି ପୂର୍ବରୁ ନିଆଯାଇଥିଲା। ବୋର୍ଡ ବିଳମ୍ବରେ ଲଗାଯାଇଛି ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ଅମ୍ବାଜୀଙ୍କ ମନ୍ଦିରକୁ ଦେଶ ଓ ବିଦେଶରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି। ଏଭଳି ପରିସ୍ଥିତିରେ ମନ୍ଦିର ତଥା ଭାରତୀୟ ସଂସ୍କୃତିର ମାନ ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ଲୋକମାନଙ୍କର କର୍ତ୍ତବ୍ୟ ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି। ବୋର୍ଡ ଲଗାଇ ସଚେତନ କରାଯିବା ପରେ ଶ୍ରଦ୍ଧାଳୁ ଏହି ନିଷ୍ପତ୍ତି ମାନୁଥିବା ବେଳେ ଏହାକୁ ସ୍ଵାଗତ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.