ଛୁରିରେ ପୁଅ କାଟିଦେଲା ବାପାର ତଣ୍ଟି

ବୁଗୁଡ଼ା : ବାପା ଟଙ୍କା ନଦେବାରୁ ସୋଲ କଟା ଛୁରିରେ ପୁଅ ତଣ୍ଟି କାଟିଦେଲା। ବାପା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ବେଳେ ଘଟଣା ସ୍ଥଳରୁ ପଳାଇ ଯାଇଥିବା ବେଳେ ସାହି ପଡ଼ିଶା ଲୋକ ତାଙ୍କୁ ପ୍ରଥମେ ବୁଗୁଡ଼ା ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ଅବସ୍ଥା ସଙ୍କଟପନ୍ନ ରହିଛି। ତେବେ ଏଭଳି କାଣ୍ଡ ଘଟାଇଥିବା ପୁଅକୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ୟାଘ୍ରଦେବୀ ସାହିରେ ଘଟିଛି। ସୁରେନ୍ଦ୍ର ପ୍ରଧାନ ଆନ୍ଧ୍ରପ୍ରଦେଶରେ ଦାଦନ ଭାବେ କାମ କରୁଥିଲେ। କରୋନ ସଂକ୍ରମଣ ଯୋଗୁଁ ଗାଁକୁ ଫେରି ଆସିଥିଲେ। ଘରେ ତାଙ୍କର ଏକ ମାତ୍ର ପୁଅ ଧୋବା କୌଣସି କାମଧନ୍ଦା ନକରି ସାଙ୍ଗମାନଙ୍କ ସହ ମଉଜ ମସ୍ତିରେ ସମୟ କଟାଉଥଲା। ଏଥିପାଇଁ ସବୁବେଳେ ବାପାଙ୍କୁ ମାଗୁଥିଲା ଟଙ୍କା। ଯାହାଫଳରେ ବାପା ବାଧ୍ୟହୋଇ ପୁଅକୁ କରଜ କରି ଟଙ୍କା ଦେଇଥିଲେ। କିନ୍ତୁ କାମଧନ୍ଦା ଅଭାବରୁ ଟଙ୍କା ଦେଇପାରୁନଥିବା ଯୋଗୁ କଳି ହେଉଥିଲା। ଏଥିରେ ଧୋବା ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ସୁରେନ୍ଦ୍ରଙ୍କ ତଣ୍ଟି କାଟି ଦେଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।