ଛୁଟି ନମିଳିବାରୁ ମହିଳା କନଷ୍ଟେବଳଙ୍କର ହେଲା ଥାନାରେ ହଳଦୀ

ରାଜସ୍ଥାନ : କରୋନା କଟକଣା ପାଇଁ ଅନେକ ନୂଆ କଥା ଦେଖିବାକୁ ମିଳୁଛି। ଏହି ଭାଇରସ ବିରୋଧୀ ଲଢେଇରେ ଆଗ ଧାଡିର ଯୋଦ୍ଧା ସାଜିଥିବା ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲିସମାନେ ନିଜ ପରିବାର ଅପେକ୍ଷା କର୍ତ୍ତବ୍ୟକୁ ଗୁରୁତ୍ଵ ଦେଉଛନ୍ତି। ଅନେକ ସ୍ଥାନରେ ସରକାରୀ ଅଫିସର ମାନଙ୍କର ଛୁଟି ବାତିଲ କରାଯାଇଛି। ଛୁଟି ନମିଳିବାରୁ ଜଣେ ମହିଳା କନଷ୍ଟେବଳଙ୍କ ହଲଦୀ ରସମ ହୋଇଛି।

ଖବର ଅନୁଯାୟୀ ରାଜସ୍ଥାନ ଡୁଙ୍ଗରପୁର ଥାନାରେ ଏପରି ହୋଇଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି ଥାନା ପରିସରରେ ଚାଲିଛି ନାଚଗୀତ। ଆଉ ମହିଳା କନଷ୍ଟେବଳଙ୍କୁ ହଲଦି ଲଗାଇଦେଉଛନ୍ତି ତାଙ୍କ ସହକର୍ମୀ। ଏପରିକି ହଳଦି ଲଗାଯିବା ପରେ ଉପରକୁ ଟେକି ବୁଲାଉଛନ୍ତି। ବନ୍ଧୁ ପରିଜନ ସାଜି ଖୁସି ବାଣ୍ଟିଛନ୍ତି ସହକର୍ମୀ।

ଆସନ୍ତା ୩୦ ତାରିଖରେ ମହିଲା ପୋଲିସ କନଷ୍ଟେବଳ ଆଶାଙ୍କର ବିବାହ। କିନ୍ତୁ କରୋନା ପାଇଁ ଆଶାଙ୍କୁ ଦଳଦୀ ରସମ ପାଇଁ ଛୁଟି ମିଳି ନଥିଲା। ତେଣୁ ବାଧ୍ୟହୋଇ ଥାନାରେ ନିଜର ଦଳଦୀ ରସମ କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ମହିଳା କନଷ୍ଟେବଳଙ୍କୁ ପ୍ରଶଂସା କରାଯାଉଛି। ଗତବର୍ଷ ଆଶାଙ୍କର ବିବାହ ହୋଇଥାନ୍ତା। କିନ୍ତୁ ଦେଶବ୍ୟାପୀ ଲକଡାଉନ ଯୋଗୁ ବିବାହ ସମ୍ଭବ ହୋଇପାରିନଥିଲା।

Leave a Reply

Your email address will not be published. Required fields are marked *

Back to top button