କରୋନା ପାଇଁ ମାଉଥ୍ ସ୍ପ୍ରେ

ନୂଆଦିଲ୍ଲୀ : କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସ୍ୱିଡେନର ଏକ କମ୍ପାନୀ ମାଉଥ୍ ସ୍ପ୍ରେ ପ୍ରସ୍ତୁତ କରିଛି। ଯାହା କିଛି ମିନିଟ୍ ମଧ୍ୟରେ କରୋନା ଭୂତାଣୁ ଦୂର କରିପାରିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଉଛି। 

ସ୍ୱିଡେନ ଲାଇଫ୍ ସାଇନ୍ସ କମ୍ପାନୀ ଏନଜାଇମାଟିକା (Swedish life science company Enzymatica) କରୋନା ଭୂତାଣୁ ନଷ୍ଟ ପାଇଁ ମାଉଥ୍ ସ୍ପ୍ରେ ପ୍ରସ୍ତୁତ କରିଛି। କମ୍ପାନୀ ପକ୍ଷରୁ ଗବେଷଣା କରାଯାଇ ଜୁଲାଇ ୨୦ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। କମ୍ପାନୀ ଦାବି କରିଛି ଯେ, ଏହି ସ୍ପ୍ରେ ୨୦ ମିନିଟ୍ ମଧ୍ୟରେ ୯୮.୩% କରୋନା ଭୂତାଣୁକୁ ନଷ୍ଟ କରିବ। ଏହି ସ୍ପ୍ରେ ଥଣ୍ଡା, କାଶ ଏବଂ ଜ୍ୱରକୁ ମଧ୍ୟ ଭଲ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। 

କମ୍ପାନୀ ପକ୍ଷରୁ ଏହି ସ୍ପ୍ରେକୁ କୋଲ୍ଡଜାଇମ୍ ନାମରେ ନାମିତ କରାଯାଇଛି। ଆନ୍ତର୍ଜାତୀୟ ପରୀକ୍ଷଣ ପ୍ରଣାଳୀରେ ଆମେରିକାର ମାଇକ୍ରୋବକ୍ସ ଲାବୋରେଟୋରୀରେ ଏହି ସ୍ପ୍ରେ ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି।

ମତାମତ ଦିଅନ୍ତୁ ।