ସୁପ୍ରିମକୋର୍ଟ ଜଜ୍ ନିଜେ ଟାଇପ୍ କରୁଛନ୍ତି ଆଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଭୟାବହତା ଯୋଗୁଁ ପୁରା ବିଶ୍ୱରେ ଅନେକ ପରିବର୍ତନ ଦେଖାଦେଇଛି । ଦୈନନ୍ଦିନ ଜୀବନଯାପନଠାରୁ ଆରମ୍ଭ କରି କାର୍ଯ୍ୟକ୍ଷେତ୍ର ପର୍ଯ୍ୟନ୍ତ ସବୁକିଛି ପରିବର୍ତନ ହୋଇଯାଇଛି । ଅଧିକାଂଶ ଲୋକେ ୱାର୍କ ଫ୍ରମ୍ ହୋମ କରିବାକୁ ବାଧ୍ୟ ହେଉଛନ୍ତି । ଏହି କ୍ରମରେ ଦେଶର ଶୀର୍ଷ କୋର୍ଟ ସୁପ୍ରିମକୋର୍ଟର ନ୍ୟାୟାଧୀଶମାନେ ଭିଡିଓ କନଫରେନ୍ସିଂ ଜରିଆରେ ମାମଲା ଗୁଡ଼ିକର ବିଚାର କରୁଛନ୍ତି । ତେବେ ଘରେ କୋର୍ଟ ଷ୍ଟାଫ ନ ଥିବାରୁ ସେମାନଙ୍କୁ ନିଜ ଆଦେଶ ନିଜେ ଟାଇପ୍ କରିବାକୁ ପଡ଼ୁଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି କୋର୍ଟମାଷ୍ଟରଙ୍କୁ ଆଦେଶ ଦେବା ବଦଳରେ ଲାପଟପ୍‌ରେ ନିଜେ ଟାଇପ୍ କରୁଛନ୍ତି । ଲାପଟପ୍‌ରେ ନିଜ ଆଦେଶ ନିଜେ ଟାଇପ କରିବାଦ୍ୱାରା ଏହା ନିର୍ଭୁଲ ହୋଇଥାଏ ।

ମତାମତ ଦିଅନ୍ତୁ ।