Breaking News ଅପରାଧ

ରାଜ୍ୟ ବାହାର ଯୁବତୀଙ୍କୁ ନେଇ ଚାଲିଥିଲା ସେକ୍ସ ରାକେଟ୍‌

ନୂଆଦିଲ୍ଲୀ : ହରିୟାଣା ଫତେହାବାଦ ରତିଆର ରାମନଗର କଲୋନୀରେ ଚାଲିଥିବା ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ ହୋଇଛି। ଏହି ରାକେଟ୍ ରେ ସାମିଲ ଅଛନ୍ତି ରାଜ୍ୟ ବାହାରର ଯୁବତୀ। ସେମାନେ ବିମାନରେ କରୁଥିଲେ ଯିବାଆସିବା। ଖବର ପାଇବା ପରେ ନିଜ ଅଞ୍ଚଳରୁ ଆସୁଥିଲେ ଦିଲ୍ଲୀ। ସେଠାରୁ ଗାଡିରେ ରତିଆ ନିଆଯାଉଥିଲା ବୋଲି ପୋଲିସ ସୂଚନା ଦେଇଛି।

ପୋଲିସର କହିଛି ରତିଆରେ ବହୁ ଦିନରୁ ସେକ୍ସ ରାକେଟ୍ ଚାଲୁଥିବା ସୂଚନା ରହିଥିଲା। ଯୁବତୀମାନଙ୍କୁ ବାହାର ରାଜ୍ୟରୁ ଅଣାଯାଇ ରାକେଟ୍ ଚଳାଉଥିଲା ଦଲାଲ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଆସାମ, ବିହାର ଓ ପଞ୍ଜାବରୁ ଆସୁଥିବା ଯୁବତୀମାନେ ବିମାନରେ ଆସୁଥିଲେ। ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟର ଯାଞ୍ଚ କରାଯିବ। ଏହାଦ୍ଵାରା ବ୍ୟାଙ୍କ୍ ଆକାଉଣ୍ଟରେ ମାଧ୍ୟମରେ ହୋଇଥିବା ନେଣଦେଣ ବାବଦରେ ଜଣାପଡିବ। ଆହୁରି ଜଣାପଡିଛି ରାକେଟ୍ ର ଦଲାଲ ଆସାମ ଅଞ୍ଚଳର। ସେ ବିହାରରେ ବିବାହ କରିଛନ୍ତି। ରତିଆରେ ତାଙ୍କର କେମିତି ଲିଙ୍କ୍ ରହିଛି ତାହାର ତଦନ୍ତ କରାଯାଉଛି।

ମତାମତ ଦିଅନ୍ତୁ ।