କମେଣ୍ଟ ମାରିଥିବା ଯୁବକକୁ ଲୋକେ ଚପଲ ମାଳ ପିନ୍ଧାଇଲେ

ଭୁବନେଶ୍ଵର : କମେଣ୍ଟ ମାରିବା ଯୋଗୁ ଜଣେ ଯୁବକକୁ ବାନ୍ଧି ଲୋକେ ନିସ୍ତୁକ ମାଡ଼ମାରି ବେକରେ ଚପଲ ମାଳ ପିନ୍ଧାଇଛନ୍ତି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବେଡାପଡ଼ାର ଗାଁରେ ଘଟିଛି ଏହି ଘଟଣା। କେବଳ ସେତିକି ନୁହେଁ ସେଇ ଯୁବକକୁ ଡାଲା ଅଟୋରେ ବସାଇ ଲୋକେ ଥାନାକୁ ନେଇଥିଲେ। ରାସୋଳ ଥାନା ଅଞ୍ଚଳରେ ୩/୪ ଦିନ ତଳେ ଘଟିଥିବା ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ପରେ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ପରେ ଯୁବତୀଙ୍କ ଜେଜେ ମାଆଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଯୁବତୀଙ୍କ ପରିବାର ପକ୍ଷରୁ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି।

ମତାମତ ଦିଅନ୍ତୁ ।