April 7, 2020

ଧାର୍ଯ୍ୟ ହେଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ କୁମାର ସିଂହ, ପଓ୍ଵନ ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ କୁମାର ଫାଶିରେ ଝୁଲିବେ। ଆଜି ଦିଲ୍ଲୀର ପାତିଆଲା ହାଉସ୍‌ ଅଦାଲତ ନୂତନ ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଜାରି କରିଛନ୍ତି। ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦୋଷୀମାନଙ୍କୁ ଫାଶୀରେ ଝୁଲାଇବା ପାଇଁ ଦିଲ୍ଲୀ ପାତିଆଲା ହାଉସ୍‌ ଅଦାଲତର ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବୁଧବାର ଦିନ ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆଗତ କରା ଯାଇଥିବା ମାମଲାର ଶୁଣାଣିକୁ ଆଜି ଅଦାଲତ ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ। ଆଜି ଅପରାହ୍ଣରେ ବିଚାରପତି ଏହି ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *