April 6, 2020

ଅନୁପ ସାଏଙ୍କ ପୁତୁରା ଓ କଳ୍ପନାଙ୍କ ସଂପର୍କୀୟଙ୍କୁ ଛତିଶଗଡ଼ ପୋଲିସର ନୋଟିସ

ଭୁବନେଶ୍ଵର : ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରେ ତଦନ୍ତ ଚଳାଇଛି। ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଏସବିଆଇ ଓ ୟୁକୋ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ଅନୁପଙ୍କ ପୁତୁରାକୁ ନୋଟିସ ଦିଆଯାଇଛି। ଆସନ୍ତାକାଲି ଚକ୍ରଧରନଗର ଥାନାରେ ହାଜର ହେବାକୁ କୁହାଯାଇଛି। ଏହାଛଡା ମୃତ କଳ୍ପନାଙ୍କ ସଂପର୍କୀୟଙ୍କୁ ମଧ୍ୟ ନୋଟିସ୍ ଲାଗିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *