April 5, 2020

ବିବାହ ପାଇଁ କହିବାରୁ ପ୍ରେମିକାକୁ ହତ୍ୟା

ଭୁବନେଶ୍ଵର : ପୁରୀ ସିଟି ରୋଡସ୍ଥିତ ପ୍ରଭୁ ଜଗନ୍ନାଥ ଗେଷ୍ଟ ହାଉସ୍‌ରେ ଘଟିଛି ନାରକୀୟ କାଣ୍ଡ। ଶାରୀରିକ ସମ୍ପର୍କ ପରେ ବିବାହ ପାଇଁ ଜିଦ କରିବାରୁ ପ୍ରେମିକାକୁ ମାରି ପ୍ରେମିକ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ପ୍ରେମିକାର ଶବ ଜବତ କରିଥିବାବେଳେ ପ୍ରେମିକକୁ ଗିରଫ କରିଛି।

ଖବର ଅନୁଯାୟୀ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ବାଘୁଆପଲ୍ଲୀ ଗ୍ରାମର ଦୀନବନ୍ଧୁ ମହାରଣାଙ୍କ ଝିଅ ବର୍ଷା ପ୍ରିୟଦର୍ଶିନୀ ମହାରଣାଙ୍କ ସହିତ ସେହି ଅଞ୍ଚଳ ଖଳି ସାହିର ପିଣ୍ଟୁ ନାୟକଙ୍କ ପ୍ରେମ ସମ୍ପର୍କ ଥିଲା। ଗାଁ ନିକଟ ଏକ କଲେଜରେ ଦୁହେଁ ପାଠ ପଢୁଥିଲେ। ହେଲେ ଯୁକ୍ତ-୨ ପରେ ପିଣ୍ଟୁ ପାଠପଢା ଛାଡିଦେଇ ଭୁବନେଶ୍ୱରରେ ଏକ ବେସରକାରୀ ସଂସ୍ଥାରେ ଚାକିରି କରିଥିଲା। ବର୍ଷା ଥିଲା ଯୁକ୍ତ-୩ର ଶେଷ ବର୍ଷର ଛାତ୍ରୀ। ସେମାନଙ୍କ ମଧ୍ୟରେ ପ୍ରେମ ଅତୁଟ ରହିଥିଲା। ଦୁହେଁ ଘର ଛାଡିବାକୁ ନିଷ୍ପତ୍ତି ନେଇ ସୋମବାର ପୁରୀ ପଳାଇ ଆସିଥିଲେ। ରହିଥିଲେ ସିଟି ରୋଡସ୍ଥିତ ପ୍ରଭୁ ଜଗନ୍ନାଥ ଗେଷ୍ଟ ହାଉସ୍‌ର ୧୦୧ ନମ୍ବର ରୁମ୍‌ରେ।

ପୋଲିସ କହିଛି ରାତିତମାମ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା। ବର୍ଷା ବାପଘରକୁ ନଫେରି ତାଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ନିଜ ଘରକୁ ନେବାକୁ ନାରାଜ୍‌ ହୋଇଥିଲା ପିଣ୍ଟୁ। ହେଲେ ବର୍ଷା ଜିଦରେ ଅଟଳ ଟାହିବାରୁ ପିଣ୍ଟୁ ମାଡ ମାରିଥିଲା। ଏହି ମାଡରେ ବର୍ଷାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ବର୍ଷାର ଭାଇ ଅଜୟ ମହାରଣାଙ୍କ ଅଭିଯୋଗ ହେଲା ବର୍ଷାଙ୍କୁ ହତ୍ୟା କରିବା ପରେ ପଣ୍ଟୁ ରୁମ୍‌ର ପଙ୍ଖାରେ ବେଡ୍‌ସିଟ୍‌ ଟାଣି ବର୍ଷାକୁ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରିଛି।

Leave a Reply

Your email address will not be published. Required fields are marked *