April 5, 2020

ଶ୍ରେଣୀଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

ଭୁବନେଶ୍ଵର : ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଚାରିଛକ ଧୀରପୁରସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ଆଜି ସକାଳେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ଆର୍ତ୍ତତ୍ରାଣ ସ୍ୱାଇଁ। ଘର ଜାଗେଶ୍ୱର ଗ୍ରାମରେ। ବୁଧବାର ଆଜି ସକାଳ ଏହି ସ୍କୁଲ୍‌ର ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ପହଞ୍ଚି ଶ୍ରେଣୀଗୃହ ଫ୍ୟାନ୍‌ରେ ଆର୍ତ୍ତତ୍ରାଣଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଖବର ପାଇ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *