April 5, 2020

ରିମାଣ୍ଡରେ ଗଲେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ

ଭୁବନେଶ୍ଵର : ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ୩ ଦିନି ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବୁଧବାର ଗୋଟିଏ ଦିନ ରିମାଣ୍ଡରେ ନେଇଛି ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ପୋଲିସ। ପୋଲିସ ଅନୁପ ସାଏଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ରାୟଗଡ଼ ଜିଲ୍ଲା କୋର୍ଟ ୩ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି। ରିମାଣ୍ଡ ଅବଧି ଶେଷ ହେବା ପରେ ଫେବ୍ରୁଆରି ୨୨ରେ ତାଙ୍କୁ କୋର୍ଟରେ ହାଜର କରିବାକୁ ରାୟଗଡ଼ ସିଜେଏମ୍‌ ଆଦେଶ ଦେଇଛନ୍ତି। ନାର୍କୋ ଟେଷ୍ଟର ନିଷ୍ପତ୍ତି କୋର୍ଟ ସ୍ଥଗିତ ରଖିଛନ୍ତି।

Leave a Reply

Your email address will not be published. Required fields are marked *