April 6, 2020

କ୍ଷୀରରେ ମିଶୁଛି କେମିକାଲ୍

ନୂଆଦିଲ୍ଲୀ : ବଜାରରେ ବିକ୍ରି ହେଉଛି ଅପମିଶ୍ରଣ କ୍ଷୀର। ମିଶାଯାଉଛି କେମିକାଲ ଓ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ଅନେକ ପଦାର୍ଥ। ମଧ୍ୟପ୍ରଦେଶ ଭିଣ୍ଡ୍ ଜିଲ୍ଲାରେ ପୋଲିସ ଓ ଜିଲ୍ଲା ପ୍ରଶାସନର ଚଢଉ ବେଳେ ଏମିତି ଘଟଣା ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ନକଲି କ୍ଷୀର ପ୍ରସ୍ତୁତ କରି ବଜାରକୁ ଛାଡୁଥିବା ମଧ୍ୟପ୍ରଦେଶର ଏକ କ୍ଷୀର ପ୍ଳାଣ୍ଟରେ ଉପରେ ଚଢଉ କରାଯାଇଥିଲା। ଏହି ସମୟରେ ଶହ ଶହ ବସ୍ତା ପାଉଡର, ସିନ୍ଥେଟିକ୍ କ୍ଷୀର ତିଆରି କରାଯାଉଥିବା ୩୦୦ ଲିଟର କେମିକଲ୍ ଓ ଅପମିଶ୍ରଣରେ ବ୍ୟବହାର କରାଯାଉଥିବା ଅନେକ ସାମଗ୍ରୀ ଅନେକ ସାମଗ୍ରୀ ପୋଲିସ ଜବତ କରିଛି। କେବଳ ସେତିକି ନୁହେଁ ଜବତ ସାମଗ୍ରୀ ମଧ୍ୟରେ କିଛି ସ୍ପିରିଟ୍ ରହିଛି, ଯାହାକୁ ହସ୍ପିଟାଲରେ କ୍ଷତ ବା ଘା’ ସଫା କରିବାରେ ବାବହାର କରାଯାଇଥାଏ। ଏହାଛଡା ଡିଟରଜେଣ୍ଟ, ୟୁରିଆ, ହାଇଡ୍ରୋଜେନ୍ ଲୁବ୍ରିକେଣ୍ଟ, କ୍ରିପ୍ଟୋ ଅଏଲ୍ ଭଳି ଅନେକ ରାସାୟନିକ ପଦାର୍ଥ କ୍ଷୀର ଅପମିଶ୍ରଣ କରାଯାଉଥିଲା। ଏହା ଜଣାପଡିବା ପରେ ପ୍ରତିଦିନ କ୍ଷୀର ପିଉଥିବା ଲୋକେ ଚିନ୍ତାରେ ପଡିଛନ୍ତି।

Leave a Reply

Your email address will not be published. Required fields are marked *