April 6, 2020

ଇଞ୍ଜିନିୟରିଂ ଛାତ୍ରଙ୍କ ହତ୍ୟା ଘଟଣାରେ ପୂର୍ବତନ ବିଧାୟକଙ୍କ ପୁଅ ଗିରଫ

ନୂଆଦିଲ୍ଲୀ : ଲକ୍ଷ୍ନୌର ଗୋମତି ନଗର ଅଞ୍ଚଳରେ ଘଟିଥିବା ଇଞ୍ଜିନିୟରିଂ ଛାତ୍ରଙ୍କ ହତ୍ୟା ଘଟଣାରେ ଜଣେ ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ଆଜି ପୋଲିସ ଗିରଫ କରିଛି। ଅଭିଯୁକ୍ତ ଅମନ ବାହାଦୂର ଲକ୍ଷ୍ନୌର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ର।

ଗୁରୁବାର ଇଞ୍ଜିନିୟରିଂ ଛାତ୍ର ପ୍ରଶାନ୍ତ ସିଂହଙ୍କୁ ଅଳକାନନ୍ଦା ଆପାର୍ଟମେଣ୍ଟ କମ୍ପ୍ଲେକ୍ସ ମଧ୍ୟରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯିବାର ଦୃଶ୍ୟ କମ୍ପ୍ଲେକ୍ସ ସୁରକ୍ଷା କ୍ୟାମେରାରେ କଏଦ ହୋଇଥିଲା। ଖବର ଅନୁଯାୟୀ ଗତକାଲି ଅପରାହ୍ନରେ ସାଙ୍ଗଙ୍କୁ ଦେଖା କରିବା ପାଇଁ ପ୍ରଶାନ୍ତ ତାଙ୍କ କାରରେ ଅଳକାନନ୍ଦ ଆପାର୍ଟମେଣ୍ଟ ଗେଟ ପାଖକୁ ଆସିଥିଲେ। ଏତିକି ବେଳେ ୨୦-୨୫ ଯୁବକ ତାଙ୍କ ବାଟ ଓଗାଳିବା ସହ କାରର କାଚ ଭାଙ୍ଗି ଏକାଧିକ ବାର ଛୁରୀ ଭୁସିଥିଲେ। ବଞ୍ଚିବା ପାଇଁ ପ୍ରଶାନ୍ତ ଆପାର୍ଟମେଣ୍ଟ ଭିତରକୁ ଦୌଡ଼ି ଥିଲେ ହେଁ ଅଧିକ ରକ୍ତଶ୍ରାବ ଯୋଗୁ ରାସ୍ତାରେ ଟଳି ପଡ଼ିଥିଲେ। ପ୍ରଶାନ୍ତ ମରିଯିବା ଦେଖି ଆକ୍ରମଣକାରୀମାନେ ତାଳି ମାରି ଓ ହସଖୁସିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

Leave a Reply

Your email address will not be published. Required fields are marked *