April 7, 2020

ପ୍ରେମକରି ଅଡୁଆରେ ଯୁବକ, କାହାର ହେବେ ସ୍ଵାମୀ ?

ଭୁବନେଶ୍ୱର : ଚୋରା ପ୍ରେମ କରି ଅଡୁଆରେ ଯୁବକ। ଏବେ ଦୁଇଟି ପତ୍ନୀ। ଜଣକୁ ପରିବାର ଲୋକଙ୍କ ସହମତିରେ ବିବାହ କରିଥିବାବେଳେ ଆଉ ଜଣଙ୍କୁ ପ୍ରେମ ବିବାହ। କଥା ଥାନା ପର୍ଯ୍ୟନ୍ତ ଯୁବକ ଜଣଙ୍କ ହରଡ ଘଣାରେ ପଡିଛନ୍ତି। ଏହାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚା ଚାଲିଥିବା ବେଳେ ଲୋକେ କହୁଛନ୍ତି ଏବେ ପ୍ରେମର ମଜା ବାହାରୁଛି।

ଖବର ଅନୁଯାୟୀ କେନ୍ଦୁଝରର ଶଶାଙ୍କ ଶେଖର ମହନ୍ତ ନାମକ ଜଣେ ଯୁବକଙ୍କ ବିରୋଧରେ ଆସିଛି ଅଭିଯୋଗ। ତାଙ୍କ ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ମହିଳା ସହିଦ୍ନଗର ଥାନାରେ ଅଭିଯୋଗ କରିଛନ୍ତି ବର୍ଷେ ତଳେ ଏକ ପାର୍କରେ ଶଶାଙ୍କଙ୍କ ସହ ଦେଖା ହୋଇଥିଲା। ଏହାପରେ ଉଭୟ ବିବାହ କରିଥିଲୁ। ସେଇ ସମୟରେ ସେ ବିବାହିତ କିମ୍ବା ତାଙ୍କର ଛୁଆ ଥିବା ଜାଣି ନଥିଲି। ଏ ବିଷୟରେ ଜାଣିବା ପରେ ପ୍ରଥମ ପତ୍ନୀଙ୍କୁ ଛାଡ଼ିବା ପାଇଁ କହିବାରୁ ଶଶାଙ୍କ ଏଥିରେ ରାଜି ନ ହୋଇ ଧମକ ଦେବା ସହ ମାଡ଼ ମାରିଲେ। କେବଳ ସେତିକି ନୁହେଁ ସେ କହିଛନ୍ତି ଏବେ ଶଶାଙ୍କ ମୋ ସହ ଆଉ ରହିବ ନାହିଁ ବୋଲି ମନା କରୁଛି। ମୋ ଲାଇଫ୍‌କୁ ସେ ପୂରା ବର୍‌ବାଦ୍‌ କରିଦେଲା। ମୁଁ ଚାହୁଁଛି ମୋତେ ନ୍ୟାୟ ମିଳୁ। ତାକୁ କୋର୍ଟଚାଲାଣ କରାଯାଉ।

ଅନ୍ୟପକ୍ଷରେ ଶଶାଙ୍କଙ୍କ ପ୍ରଥମ ପତ୍ନୀ କହିଛନ୍ତି ଉଭୟଙ୍କର ଦୋଷ ଥିବା ମୁଁ ସ୍ୱୀକାର କରୁଛି। ମୁଁ କହୁନି ମୋ ସ୍ୱାମୀ ପୂରା ଠିକ୍‌। କିନ୍ତୁ ତାଙ୍କୁ ବ୍ଲାକ୍‌ମେଲିଂ କରି ଫସା ଯାଇଛି। ଉଭୟ ପୂର୍ବରୁ ପରସ୍ପରକୁ ଭାଇଭଉଣୀ ବୋଲି କହୁଥିବା ବେଳେ ସମ୍ପର୍କ ଏତେ ବଢ଼ି ଯାଇଥିଲା ଯେ ସୁରାଗ ମିଳିପାରି ନ ଥିଲା।

Leave a Reply

Your email address will not be published. Required fields are marked *