April 7, 2020

ଦୁର୍ଦ୍ଦାନ୍ତ ନକ୍ସଲ କମଳୁର ଆତ୍ମସପର୍ଣ

ଭୁବନେଶ୍ଵର : ଛତିଶଗଡ଼ ସୀମାନ୍ତ ଦରଭା ଡିଭିଜନର ନକ୍ସଲ ଏରିଆ କମିଟି ସେକ୍ରେଟାରୀ କମଳୁ ବେଟ୍ଟି ଆଜି ଦକ୍ଷିଣାଞ୍ଚଳ ଡିଆଇଜି ସଫନ ଅହମ୍ମଦ କେ, ବିଏସ୍ଏଫ୍ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ମଳକଙ୍ଗୀରି ଏସ୍‌ପି ରିଷିକେଶ ଖିଲାରୀଙ୍କ ସମ୍ମୁଖରେ ଆତ୍ମସପର୍ଣ କରିଛନ୍ତି। କମଳୁ ସଂଗଠନରେ ହେଉଥିବା ଭେଦଭାବ, ନିର୍ଯାତନା ଓ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ଭଳି ଘଟଣାରେ ମର୍ମାହତ ହୋଇ ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ କମଳୁକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ସହିତ ଆତ୍ମନିର୍ଭରଶୀଳ ପାଇଁ ତାଲିମ ପ୍ରଦାନ କରାଯିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *