ଦ୍ଵିତୀୟ ବିବାହ ପୂର୍ବରୁ ବରକୁ ପୋଲିସ ନେଇଗଲା

ଭୁବନେଶ୍ଵର : ଦ୍ଵିତୀୟ ବିବାହର ପରିଣତି। ହସ୍ତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ପୋଲିସ ଉଠାଇନେଲା। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନା ଅଞ୍ଚଳର ମାଗୁରା ଗାଁ’ରେ ଘଟିଛି। ସେହି ଗାଁ’ର ଶିବପ୍ରସାଦ ମଙ୍ଗରାଜ ଆଜି ଫତେଗଡ ଅଂଚଳର ଜଣେ କନ୍ୟାଙ୍କୁ ଦ୍ଵିତୀୟ ବିବାହ କରୁଥିଲେ। ଧବଳେଶ୍ୱର ମନ୍ଦିରରେ ବିବାହ ହେଉଥିବା ଜାଣି ପ୍ରଥମ ପତ୍ନୀ ବୋଲଗଡ଼ ଥାନାରେ ଅଭିଯୋଗ କରିବାରୁ ଘଟଣାସ୍ଥଳରେ ଧଳାପଥର ଫାଣ୍ଡି ପୋଲିସ ପହଞ୍ଚି ଶିବପ୍ରସାଦକୁ ଉଠାଇ ନେଇଥିଲେ। ଏବେ ପୋଲିସ ତାଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ ଶିବପ୍ରସାଦ ୨୦୧୮ ମସିହାରେ ନୟାଗଡ ଜିଲ୍ଲା ନାକଡ଼େଇଁ ଅଂଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପାରିବାରିକ ସମସ୍ୟା ଦେଖାଦେବାରୁ ବୋଲଗଡ଼ ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ ଶିବପ୍ରସାଦ ଛାଡପତ୍ର ନଦେଇ ଦ୍ଵିତୀୟ ବିବାହ କରିବାକୁ ଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।