ଆଖୁ କିଆରୀକୁ ଯାଇଥିବା ୨ ଭଉଣୀଙ୍କ ମୃତଦେହ ନଦୀରୁ ମିଳିଲା

ଭୁବନେଶ୍ଵର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାର ରୁନିଗୁଡ଼ା ଗାଁ’ରେ ଘଟିଛି ଦୁଃଖଦ ଘଟଣା। ଆଖୁ କିଆରିକୁ ଯାଇଥିବା ଦୁଇଜଣ ନାବାଳିକାଙ୍କ ମୃତଦେହ ଭାସ୍କେଲ ନଦୀରୁ ମିଳିଛି। ଗତକାଲି ଉଭୟ ଗାଁ ନିକଟରେ ଥିବା ଆଖୁ କିଆରୀକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ। ଆଜି ଦୁହିଁଙ୍କ ମୃତଦେହ ଗାଁ ନିକଟ ଭାସ୍କେଲ ନଦୀରେ ଭାସୁଥିବା ଲୋକେ ଦେଖିଥିଲେ। ଅଗ୍ନିଶମ ବାହିନୀ ଓ କୋଷାଗୁମୁଡା ପୋଲିସକୁ ସୂଚନା ଦିଆଯିବାରୁ ସେମାନେ ମୃତଦେହକୁ ଉଦ୍ଧାର କରିଥିଲା। ଏବେ ପୋଲିସ ଘଟଣାର ପହଞ୍ଚି ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।