April 7, 2020

ସ୍ୱାମୀକୁ ଠେଙ୍ଗାରେ ପିଟି ମାରିଦେଲା ସ୍ତ୍ରୀ

ଭୁବନେଶ୍ଵର : କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅଞ୍ଚଳର ସିଲଯୋଡ଼ା ସ୍ୱାମୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ସ୍ତ୍ରୀ। ମୃତକର ନାମ ଦୟାଲ ମୁଣ୍ଡା। ଖବର ଅନୁଯାୟୀ ସ୍ତ୍ରୀ ମୁକ୍ତା ପରକୀୟ ପ୍ରୀତିରେ ଲିପ୍ତଅଛି ବୋଲି ଦୟାଲର ସନ୍ଦେହ ହେଉଥିଲା। ସେଥିପାଇଁ ପତି-ପତ୍ନୀଙ୍କ ମଧ୍ୟରେ ସବୁବେଳେ ଲାଗୁଥିଲା ଝଗଡ଼ା। ଦୟାଲ ମୁକ୍ତାଙ୍କୁ ମାରଧର ବି କରୁଥିଲେ। ସେହି କାରଣରୁ ଗୁରୁବାର ଉଭୟଙ୍କ ଝଗଡ଼ା ଉଗ୍ରରୂପ ରୂପ ନେଇଥିଲା। ଶେଷରେ ମୁକ୍ତା ଏକ ଠେଙ୍ଗା ଆଣି ସ୍ଵାମୀ ଦୟାଲଙ୍କୁ ପିଟି ପିଟି ହତ୍ୟା କରିଥିଲା। ଆଜି ସକାଳେ ଗ୍ରାମବାସୀ ଏ ସମ୍ପର୍କରେ ଥାନାକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *