April 2, 2020

କରୋନା ଗୁଜବ ପ୍ରଚାର କରି ଶିକ୍ଷକ ଗିରଫ

ଭୁବନେଶ୍ଵର : ସୋଶାଲ୍‌ ମିଡ଼ିଆରେ କରୋନା ଗୁଜବ ପ୍ରଚାର କରି ରାୟଗଡ଼ାର ଶିକ୍ଷକ ଭିନାପାଲି ଶ୍ରୀନିବାସ ରାଓ ଗିରଫ ହୋଇଛନ୍ତି। ତାଙ୍କ ଘର ଶେଷଖଲ ଥାନା ଅନ୍ତର୍ଗତ ପାତାମହଲ ଅଞ୍ଚଳରେ। ଅଭିଯୋଗ ଅନୁସାରେ ଜେକେପୁର ଅଞ୍ଚଳରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ସେ ମିଥ୍ୟା ଗୁଜବ ସୋଶାଲ ମିଡ଼ିଆରେ ପ୍ରଚାର କରିଥିଲେ। ଏହି ଅଭିଯୋଗରେ ରାୟଗଡ଼ା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହିପରି ଗୁଜବ ପ୍ରଚାର କରି ଅମ୍ବାଦଳାର ସତ୍ୟନାରାୟଣ ସାମଲ ନାମକ ପୂର୍ବରୁ ଯୁବକ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *