ନଗ୍ନ ଫଟୋ ପୋଷ୍ଟର ଲଗାଇ ଯୁବକ ଗିରଫ

Breaking News ଅପରାଧ

ଭୁବନେଶ୍ଵର : ପ୍ରେମରେ ପ୍ରତାରଣା କରି ଯୁବତୀଙ୍କ ନଗ୍ନ ଫଟୋ ପୋଷ୍ଟର ଲଗାଇବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛି। ଏଭଳି ଘଟଣା ଯାଜପରୁ ଜିଲ୍ଲା ଧର୍ମଶାଳା ଅଂଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ଜଳେଶ୍ୱରପୁର ଗାଁ’ର ସୈାମ୍ୟରଞ୍ଜନ ନାୟକଙ୍କ ସହିତ ଅଭିଯୋଗକାରିଣୀ ଯୁବତୀଙ୍କର କିଛିବର୍ଷ ତଳେ ସଂପର୍କ ହୋଇଥିଲା। ସମ୍ପର୍କ ଆଗକୁ ବଢିବା ପରେ କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ସେ ତାଙ୍କର ନଗ୍ନ ଫଟୋ ମୋଇବାଇଲରେ ଉଠାଇ ନେଇ ତାଙ୍କୁ ବ୍ଲାକମେଲ କରୁଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି। କେବଳ ସେତିକି ପେମିକ ପ୍ରବର ଯୁବକ ଜଣଙ୍କ କୁଆଡେ ସାଙ୍ଗମାନଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏଥିପାଇଁ ବିଭିନ୍ନ ସମୟରେ ଧମକ ଚମକ କରୁଥିଲେ। ତାଙ୍କ କଥାରେ ରାଜି ନହେବାରୁ ନଗ୍ନ ଫଟୋର ପୋଷ୍ଟରକୁ ଜାରକା ବଜାରରେ ଲଗାଇ ଦେଇଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ପୋଲିସ ଅଭିଯୁକ୍ତ ସୈାମ୍ୟରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।