April 2, 2020

ଲକ୍ ଡାଉନ୍ : ବାହାରକୁ ଆସିଥିବା ଯୁବକଙ୍କୁ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖା ପ୍ଲାକାର୍ଡ ଧରାଇଲା ପୋଲିସ

ଭୁବନେଶ୍ୱର : କମିଶନରେଟ ପୋଲିସ ଆଜି ବିନା କାମରେ ବାହାରକୁ ବାହାରକୁ ଆସିଥିବା ଲୋକଙ୍କୁ ଅଭିନବ ଉପାୟରେ ସଚେତନ କରିଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲି କିଛି ଯୁବକଙ୍କୁ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖାଥିବା ପ୍ଲାକାର୍ଡ ଧରାଇ ଲଜ୍ଜିତ କରାଇଛି।

ଖବର ଅନୁଯାୟୀ ଜୟଦେବ ବିହାର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ପୋଲିସ ଲାଠିଚାର୍ଜ କରିଛି। ବିଜୁପଟ୍ଟନାୟକ କଲେଜ ନିକଟସ୍ଥ ଭଗବତୀ ମନ୍ଦିର ସମ୍ମୁଖରେ ଏହି ଲାଠିଚାର୍ଜ ହୋଇଥିବା ବେଳେ ୫ ଜଣ ଯୁବକଙ୍କୁ ବସ-ଉଠ କରାଯାଇଛି। କାରଣ ହେଲା କରୋନା ଭାଇରସ ପାଇଁ ସମଗ୍ର ଦେଶ ସହିତ ଓଡ଼ିଶାରେ ଲକଡାଉନ ଘୋଷଣା ଥିଲେ ମଧ୍ୟ ସଂପୃକ୍ତ ଯୁବକମାନେ ଅଯଥାରେ ବୁଲାବୁଲି କରୁଥିଲେ।

ସେହିପରି ମନ୍ଦିର ନିକଟରେ ଥିବା ଏକ ଦୋକାନର ମାଲିକ ରାସ୍ତାରେ ଧଳା ରଙ୍ଗରେ ଗୋଲ ଆଙ୍କିଛନ୍ତି। ଏହି ଗୋଲ ଚିତ୍ରଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନ ରହିଛି। ଏହି ଗୋଲଗୁଡ଼ିକରେ ଗ୍ରାହକମାନେ ଛିଡ଼ା ହୋଇ ଦୋକାନରୁ ଜିନିଷପତ୍ର କିଣିବେ। ଏହିପରି ଭାବରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରାଯାଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *