April 3, 2020

ଜମିବାଡି ବିବାଦରୁ ସଂଘର୍ଷ: ଜଣେ ମୃତ, ୨ ଗୁରୁତର

ଭୁବନେଶ୍ଵର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମାଣିତ୍ରୀ ଗାଁରେ ଜମି ବାଡ଼ି ବିବାଦକୁ ନେଇ ସଂଘର୍ଷ ଘଟିବାରୁ ରଙ୍ଗଲତା ଗୋଚ୍ଛାୟତ ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରଙ୍ଗଲତାଙ୍କ ସ୍ୱାମୀ ମଧୁସୂଦନ ଗୋଚ୍ଛାୟତ ଓ ଝିଆରୀ ପୂଜାରାଣୀ।

ଖବର ଅନୁଯାୟୀ ଗାଁର ରଙ୍ଗଲତା ଗୋଚ୍ଛାୟତଙ୍କ ପରିବାର ସହିତ ପଡ଼ୋଶୀ ଜଗବନ୍ଧୁ ସେଠୀ, ସୁଶାନ୍ତ ଦାସ, କହ୍ନେଇ ଗୋଛାୟତ ଓ ସାବିତ୍ରୀ ଗୋଛାୟତଙ୍କର ଜମିବାଡ଼ିକୁ ନେଇ ବିବାଦ ରହିଥିଲା। ହେଲେ ଗତକାଲି ରଙ୍ଗଲତାଙ୍କ ପରିବାର ଓ ପଡ଼ୋଶୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପାଟିତୁଣ୍ଡ ଉଗ୍ରରୂପ ନେଇଥିଲା। ରଙ୍ଗଲତା, ସ୍ୱାମୀ ମଧୁସୂଦନ ଓ ଝିଆରୀକୁ ପଡୋଶୀମାନେ ସଂଘବଦ୍ଧ ହୋଇ ଠେଙ୍ଗା ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ହୋଇଥିଲେ ରଙ୍ଗଲତା। ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର କରାଯାଇଥିଲେ ହେଁ ସେଠାରେ ତାଙ୍କ ମୃତ ଘଟିଥିଲା। ଏବେ ତାଙ୍କ ସ୍ୱାମୀ ମଧୁସୁଦନ ଓ ଝିଆରୀ ପୂଜାରାଣୀ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି ହେଇଥିବା ବେଳେ ପୋଲିସ କହ୍ନେଇ ଗୋଛାୟତ ଓ ସାବିତ୍ରୀ ଗୋଛାୟତଙ୍କୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *