April 3, 2020

ଘର ପ୍ରତିଷ୍ଠା ଭୋଜି କରି ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଗିରଫ

ଭୁବନେଶ୍ଵର : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗୃହପ୍ରବେଶ କାର୍ଯ୍ୟକ୍ରମର ଆୟୋଜନ କରି ବନ୍ଧା ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି। ସାମାଜିକ ଦୂରତା ରକ୍ଷା ପାଇଁ ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ହେଁ ଶ୍ରୀ ପୂଜାରୀ ନିୟମ ଭାଙ୍ଗି ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ କୋକସରା ବେହେରା ଗାଁରେ ନବନିର୍ମିତ ଘର ପ୍ରତିଷ୍ଠା ଉତ୍ସବ ଧୁମ୍‌ଧାମରେ ଚଲାଇଥିଲେ। ବନ୍ଧୁବାନ୍ଧବ ଓ ଅତିଥିଙ୍କ ଗହଣରେ ଭୋଜିଭାତ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *