ଜମିବାଡ଼ି ବିବାଦ: ଦୁଇ ପରିବାରର ୪ ମୃତ

ଭୁବନେଶ୍ୱର : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାରେ ହତ୍ୟାକାଣ୍ଡ ଘଟିଛି। ଏଥିରେ ଦୁଇ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା। ଆଜି ସକାଳେ ବଡ଼ ଭାଇ ଓ ତାଙ୍କ ପୁଅ ମହୁଲ ଗୋଟାଉଥିବା ସମୟରେ ସାନ ଭାଇର ସ୍ତ୍ରୀ ଓ ପୁଅ ଆସି ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ଉଗ୍ର ରୂପ ନେଇଥିଲା। ଆରମ୍ଭ ହୋଇଥିଲା ମରାଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ। ଏଥିରେ ବଡ଼ ଭାଇ ଓ ପୁଅ ଏବଂ ସାନ ଭାଇର ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।