କରୋନା: ସୋସିଆଲ ମିଡିଆରେ ମିଛ ପ୍ରଚାର କରି ଯୁବକ ଗିରଫ

ଭୁବନେଶ୍ଵର : କରୋନା ସଂପର୍କିତ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଯାଜପୁର ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ଯାଜପୁର ଏସ୍‌ପିଙ୍କ ଟୁଇଟରୁ ଏହି ସୂଚନା ମିଳିଛି। ଏଥିରେ କୁହାଯାଇଛି ଜିଲ୍ଲାର ବରୀ ଅଞ୍ଚଳର ଯୁବକ କରୋନା ସଂପର୍କିତ ମିଥ୍ୟା ଖବର ହ୍ୱାଟସଅପରେ ଭାଇରାଲ କରିଥିଲେ। ଖବର ଅନୁଯାୟୀ ଯୁବକଙ୍କ ନାମ ନିହାର ରଂଜନ ନାୟକ। ଘର ଯାଜପୁର ଜିଲ୍ଲା ବରୀ ଥାନାର ରାଉତସାହି ଅଞ୍ଚଳରେ। ସେ ଭୁବନେଶ୍ଵରରେ ଧାରାବାହିକ ଅଭିନେତା ଭାବେ କାର୍ଯ୍ୟ କରନ୍ତି।

ମତାମତ ଦିଅନ୍ତୁ ।