କରୋନା ଗୁଜବ ପ୍ରଚାର: ୫ଜଣଙ୍କ ବିରୋଧରେ ମାମଲା

ଭୁବନେଶ୍ଵର : କରୋନା ସଂକ୍ରମଣ ରୋକିବା ଲାଗି ଭାରତରେ ୨୧ ଦିନିଆ ଲକ୍ ଡାଉନ୍ ଜାରି ରହିଥିବା ବେଳେ କିଛି ଲୋକ ନାନାଦି ଗୁଜବ ପ୍ରଚାର କରୁଛନ୍ତି। ଏହି ଅଭିଯୋଗରେ ପୁରୀ ଜିଲ୍ଲାରେ ପାଞ୍ଚଟି ମାମଲା ପଞ୍ଜିକୃତ ହୋଇଛି। ପୁରୀ ସହରର ଦୁର୍ଗା ପ୍ରସାଦ ସାହୁ ଓରଫ ଟୁଟା, ବିଜୟ ସ୍ଵାଇଁ ଓ ରାକେଶ ମହାନ୍ତିଙ୍କ ସମେତ କୁମ୍ଭାରପଡ଼ାର ମହେଶ ଆଚାର୍ଯ୍ୟ ଓ ବ୍ରହ୍ମଗିରିର ଅଜିତ ପାଇକରାୟ ଓରଫ ବୁବୁନଙ୍କ ବିରୋଧରେ ମାମଲା କରାଯାଇଛି।

ମତାମତ ଦିଅନ୍ତୁ ।