ଦିଲ୍ଲୀ : ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୮ ମାଲେସିଆ ନାଗରିକ ଗିରଫ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୦ ଟପିଛି। ଦିଲ୍ଲୀର ନିଜାମୁଦ୍ଦୀଲ ତବଲୀଗୀ ଜମାତ ସମ୍ମିଳନୀ ପରେ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଏଭଳି ଏକ ସମୟରେ ସମ୍ମିଳନୀରେ ସାମିଲଥିବା ମାଲେସିଆର ୮ଜଣ ନାଗରିକଙ୍କୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସେମାନେ ଖସି ଯିବାକୁ ଉଦ୍ୟମ କରିଥିଲେ। ରବିବାର ଏହି ବିଦେଶୀମାନେ ମାଲେସିଆ ରିଲିଫ୍ ଫ୍ଲାଇଟରେ ବସିବା ପୂର୍ବରୁ ବିମାନବନ୍ଦର ଇମିଗ୍ରେସନ ବିଭାଗ ସେମାନଙ୍କୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛି। ସେମାନେ ଭାରତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲେ ବୋଲି ବିମାନବନ୍ଦର କର୍ତୃପକ୍ଷ କହିଛନ୍ତି।

ମତାମତ ଦିଅନ୍ତୁ ।