ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଲଜ୍ଜା। ନୀଳଗିରି ଥାନା ଅନ୍ତର୍ଗତ ଜୁଣିଆଁ ଅଞ୍ଚଳରେ ଘଟିଛି ଏପରି ଘଟଣା। ପୋଲିସ୍‌ର ସୂଚନା ଅନୁଯାୟୀ ଔପଦା ବ୍ଲକର ବାଉଁଶବଣିଆ ପଞ୍ଚାୟତର ଜୁଣିଆଁ ଅଞ୍ଚଳର ଭୁବନ ନାୟକଙ୍କ ପୁଅ ଚେମା ଦୁଇଦିନ ତଳେ ନିଶାସକ୍ତ ହୋଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ଘରେ କେହି ନଥିବା ସୁଯୋଗ ଦେଖି ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତାଙ୍କ ପରିବାର ଅଭିଯୋଗ କରିବାରୁ ତାଙ୍କୁ ଗିରଫ କରାଯାଇଛି।

ମତାମତ ଦିଅନ୍ତୁ ।