ମୃତଦେହ ସହ ସେକ୍ସ ଉଦ୍ୟମ କରି ଗିରଫ

ଗୌହାଟୀ : ମୃତଦେହ ସହ ସେକ୍ସ କରିବାକୁ ଉଦ୍ୟମ। ଏପରି ବିକୃତ ମାନସିକତା ରଖିଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ପୋଲିସ ଦ୍ଵାରା ଗିରଫ ହୋଇଛି।

ଖବର ହେଲା ଆସାମର ଧେମାଜି ଜିଲ୍ଲା ଅନ୍ତର୍ଗତ ସିଲାପଥର ଥାନା ଅଞ୍ଚଳରେ ଚଳିତମାସ ୧୭ ତାରିଖ ରାତିରେ ଜଣେ ୧୪ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା। ପରିବାର ଲୋକ ମୃତଦେହକୁ ଦେମଗାଓଁ ନିକଟରେ ଥିବା ସିମେନ ନଦୀ କୂରେ ପୋତି ଦେଇଥିଲେ। ୧୮ ତାରିଖ ମଧ୍ୟାହ୍ନରେ ଅକନ ସୈକିଆ ନାମକ ଜଣେ ୫୦ ବର୍ଷୀୟ ବ୍ୟକ୍ତି ନଦୀକୂଳରେ ପୋତା ଯାଇଥିବା ମୃତଦେହକୁ ଖୋଳିବାହାର କରି ତା’ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ନଦୀରେ ମାଛ ମାରୁଥିବା କିଛି ମତ୍ସଜୀବୀ ଏହାଦେଖି ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ। ପୋଲିସ ତାକୁ ଗିରଫ କରିଥିବା ବେଳେ ସେ ସତ ସ୍ଵୀକାର କରିଛି।

ପୋଲିସ କହିଛି କରୋନା ଭାଇରସ ସଂକ୍ରମଣ ଯୋଗୁ ଜେଲରୁ କିଛି ବନ୍ଦୀଙ୍କୁ ଛାଡ଼ିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସୈକିଆ ଜେଲରୁ ବାହାରିଥିଲା। ଜେଲରୁ ବାହାରିବା ପରେ ସେ ଏଭଳି ଘଟଣା ଘଟାଇଛି। ଗିରଫ ପୂର୍ବରୁ ସୈକିଆ ଉକ୍ତ ନାବାଳିକାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲା। ଏହାକୁ ସହି ନ ପାରି ସେ ଆତ୍ମହତ୍ୟା କରିଥିଲା।

ମତାମତ ଦିଅନ୍ତୁ ।