ପୁଅକୁ ତଣ୍ଟିଚିପି ମାରିଦେଲା ବାପା

ଭୁବନେଶ୍ଵର : ଜୁନାଗଡ଼ ଥାନା ତିଲଯୁଡି ଗାଁର ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ବର୍ଷର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଛି ବାପା। ଜାରିଙ୍ଗ ଜଙ୍ଗଲରୁ ଶିଶୁର ଶବ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତ ବାପା ଯୁଧିଷ୍ଠିର ଶବରକୁ ପୋଲିସ ଥାନାରେ ଅଟକ ରଖିଛି। ହତ୍ୟାକାରୀ ଜଣେ ମାନସିକ ରୋଗୀ ହୋଇଥିବାରୁ ଶିଶୁ କାନ୍ଦିବା କାରଣରୁ ତଣ୍ଟିଚିପି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି।

ମତାମତ ଦିଅନ୍ତୁ ।