ଟ୍ୟାଙ୍କରରୁ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କନ୍ଧମାଳ: ତେଲ ଟ୍ୟାଙ୍କରରେ ଚାଲାଣ ହେଉଥିବା ୫୦ କେଜି ୬୫୦ ଗ୍ରାମ ଗଞ୍ଜେଇକୁ କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ନୟାଗଡ଼ ଜିଲ୍ଲାର ଗୋଲକ ବିହାରୀ ଦାସକୁ ପୋଲିସ ଗିରଫ କରାଯାଇଛି। ଖବର ହେଲା ରାୟଗଡ଼ାରେ ପେଟ୍ରୋଲ ଅନଲୋଡ଼ ସାରି ଟ୍ୟାଙ୍କରଟି ଫେରୁଥିବା ସମୟରେ ବାଲିଗୁଡ଼ା ଅଂଚଳରୁ ୩ ବସ୍ତା ଗଞ୍ଜେଇ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା। ଏ ସମ୍ପର୍କରେ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡ଼ିର କ୍ୟାବିନ ସିଟ ତଳୁ ଗଞ୍ଜେଇ ମିଳିଥିଲା। ସେଥିପାଇଁ ଟ୍ୟାଙ୍କରକୁ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।