ଜୀବନଦୀପ ନର୍ସିଂହୋମ୍ ବିରୋଧରେ ଅଭିଯୋଗ: ଡାକ୍ତରଙ୍କ ଅବହେଳା ପାଇଁ ନବଜାତକର ମୃତ୍ୟୁ

ବାରିପଦା : ଜୀବନଦୀପ ନର୍ସିଂହୋମରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଛି। ପରିବାର ଲୋକ ଏହି ଅଭିଯୋଗ ଆଣିଛନ୍ତି। ଗର୍ଭବତୀଙ୍କ ଅପରେସନ ପାଇଁ ନର୍ସିଂହୋମରେ ଆବଶ୍ୟକୀୟ ସରଞ୍ଜାମ ନଥିବା ବେଳେ ଡାକ୍ତରଙ୍କ ଦାୟିତ୍ୱହୀନତା ପାଇଁ ନବଜାତକର ମୃତ୍ୟୁ ହୋଇଥିବା ଦର୍ଶାଇ ଟାଉନ୍ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ତଖତପୁର ଅଚଂଳର ରମେଶ ଚନ୍ଦ୍ର ସିଂହ ଗତ ୧୬ ତାରିଖରେ ଗର୍ଭବତୀ ସ୍ତ୍ରୀ ସୁନିତାକୁ ଡାକ୍ତରଙ୍କ ପରାମର୍ଶକ୍ରମେ ଜୀବନଦୀପ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ୧୭ ତାରିଖ ଦିନ ହୋଇଥିଲା ଅସ୍ତ୍ରପୋଚାର। ଏହି ସମୟରେ ଡାକ୍ତରମାନେ ଅବହେଳା କରିଥିବାରୁ ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଶିଶୁଟିର ଶରୀର ହଳଦିଆ ଦେଖାଯିବାରୁ ପରିବାର ଲୋକ ମେଡିକାଲ କର୍ତ୍ତୁପକ୍ଷଙ୍କୁ ପଚାରିଥିଲେ। କିନ୍ତୁ ଶିଶୁଟି ସୁସ୍ଥଥିବା କହି କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିଥିଲେ। ମା’ ରହିଥିଲେ ନର୍ସିଂହୋମରେ। ଡାକ୍ତରଙ୍କ ଉପରେ ସନ୍ଦେହ ହେବାରୁ ନବଜାତ ଶିଶୁକୁ ବାରିପଦା ପିଆରଏମ୍ ମେଡ଼ିକାଲ୍‌ରେ ୧୭ ତାରିଖ ସକାଳେ ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ଡାକ୍ତର ତୁରନ୍ତ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ କିଛି ସମୟ ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରିଥିଲେ। ଶିଶୁ ଭବନରେ ସେହିଦିନ ରାତିରେ ପହଚିଂବା ପରେ ଡାକ୍ତର କହିଥିଲେ ଅସ୍ତ୍ରପ୍ରଚାର ସମୟରେ ନବଜାତକ ମୁଣ୍ଡରେ ଆଘାତ ଲାଗିଥିବାରୁ ଏହାର ମୃତ୍ୟୁ ଘଟିଛି। ସେଥିପାଇଁ ରମେଶଙ୍କ ମନ ନମାନିବାରୁ କଟକର ଆଉ ଏକ ଘରୋଇ କ୍ଲିନିକକୁ ନେଇ ଦେଖାଇଥିଲେ। ସେଠାରେ ମଧ୍ୟ ଡାକ୍ତର ସମାନ କଥା କହିଥିଲେ। ତେଣୁ ଉପାୟଶୂନ୍ୟ ହୋଇ ରମେଶ ମୃତ ଶିଶୁକୁ ଧରି ଶନିବାର ସକାଳେ ଜୀବନଦୀପ ହସ୍ପିଟାଲରେ ପହଚିଂବା ପରେ ମାଆକୁ ଡିସଚାର୍ଚ କରିଥିଲେ। ରମେଶ ଓ ତାଙ୍କର କିଛି ସମ୍ପର୍କୀୟ ନସିଂହୋମ କର୍ତୃପକ୍ଷ ଅବହେଳା କରିଥିବା ଅଭିଯୋଗ କରି ହସ୍ପିଟାଲରେ ହଙ୍ଗାମା କରିବା ସହ ଟାଉନ୍ ଥାନାରେ ଏତଲା ଦେଇଥିଲେ। ଏନେଇ ଜୀବନଦୀପ ହସ୍ପିଟାଲର ଡାକ୍ତର କେ ସି ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରପୋଚାର କରାଯାଇଥିଲା। ଚିକିିତ୍ସାରେ କୌଣସି ଅବହେଳା ହୋଇ ନାହିଁ। ତେବେ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।

ମତାମତ ଦିଅନ୍ତୁ ।