ଆତ୍ମହତ୍ୟା କଲେ ‘ବାହୁବଳୀ’ର କ୍ୟାରେକ୍ଟର ଆର୍ଟିଷ୍ଟ ମଧୁ ପ୍ରକାଶଙ୍କ ପତ୍ନୀ

ନୂଆଦିଲ୍ଲୀ : ଫିଲ୍ମ ‘ବାହୁବଳୀ’ରେ କ୍ୟାରେକ୍ଟର ଆର୍ଟିଷ୍ଟ ମଧୁ ପ୍ରକାଶଙ୍କ ପତ୍ନୀ ଭାରତୀ ଆତ୍ମହତ୍ୟା କରିଛନ୍ତି। ସେ ମଧୁଙ୍କୁ ୨୦୧୫ମସିହାରେ କରିଥିଲେ। ଭାରତୀ ଏକ ପ୍ରାଇଭେଟ୍ କମ୍ପାନୀରେ କରୁଥିଲେ ଚାକିରୀ।

ମଧୁ ଘରକୁ ବିଳମ୍ବରେ ଫେରୁଥିବାରୁ ଭାରତୀ ଚିନ୍ତିତ ରହୁଥିଲେ। ଏତେ ରାତି ଯାଏଁ ସୁଟିଂ କରିବା ତାଙ୍କୁ ପସନ୍ଦ ନଥିଲା। ସେଥିପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଭାରତୀ ତାଙ୍କ ଶାଶୁ ଶ୍ଵଶୁରଙ୍କ ପାଖାରେ ରହୁଥିଲେ। ମଧୁ କହିବ କଥା ହେଲା ମଙ୍ଗଳବାର ସେ ଜିମରେ ଥିବ ବେଳେ ଭାରତୀଙ୍କ ଫୋନ୍ ଆସିଥିଲା। ତା’ପରେ ଉଭୟଙ୍କ ମଧ୍ୟରେ ହେଲା ଝଗଡ଼ା। ଶୀଘ୍ର ଘରକୁ ନଆସିଲେ ସେ ଆତ୍ମହତ୍ୟା କରିବ ବୋଲି ଦେଇଥିଲା ଧମକ। କିନ୍ତୁ ମଧୁ ଭାରତୀ କଥାକୁ ଏତେ ଗୁରୁତ୍ବ ଦେଇନଥିଲେ। ୭:୩୦ରେ ଘରେ ପହଞ୍ଚି ଦେଖିଲେ ଭାରତୀ ପଙ୍ଖାରେ ଝୁଲୁଛନ୍ତି। ମଧୁ ଘଟଣା ସମ୍ପର୍କରେ ସୂଚନା ଦେବାରୁ ପୋଲିସ୍ ଭାରତୀଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ନେଇଥିଲେ।

ମତାମତ ଦିଅନ୍ତୁ ।